ଧାରଣାରେ ତାଲାବନ୍ଦ
ଧାରଣାରେ ତାଲା !
ବନ୍ଦ, ଧାରଣା, ଧର୍ମଘଟ, ଅନଶନ ଇତ୍ୟାଦି ଆମର ପରିଚିତ ଶବ୍ଦ। କାରଣ ଦେଖିବାକୁ ଗଲେ, ପ୍ରତିଦିନ ଆମେ କେଉଁଠି ନା କେଉଁଠି, ଛୋଟ ଅବା ବଡ ପ୍ରତିବାଦର ଏହି ସ୍ୱରୂପକୁ ଦେଖିବାକୁ ପାଉଛେ ଖବର ମାଧ୍ୟମରେ। ବହୁବାର ଏହାକୁ ଭୋଗିଛେ ଏବଂ ଆମ ଭିତରୁ ଅନେକେ ପ୍ରତିବାଦର ଏହି ସ୍ୱରୂପ (ଗଣ ଧାରଣା)କୁ ସମର୍ଥନ ବା ବିରୋଧ ନିଶ୍ଚୟ କରିଛେ। ଗ୍ରୀଷ୍ମଋତୁରେ ରାସ୍ତା ଉପରେ ଗରା ବାଲଟି ଥୋଇ ଧାରଣା, ବର୍ଷାଦିନେ ମାଟି କାଦୁଅ ରାସ୍ତାରେ ଧାନତଳି ରୁଆ, ଶିକ୍ଷାନୀତି ବିରୁଦ୍ଧରେ ସ୍କୁଲ କଲେଜ ସାମନାରେ ଧାରଣା, ସଡକ ଦୁର୍ଘଟଣାରେ ରାସ୍ତାରୋକ, ସରକାରୀ ଅବହେଳା ହେଲେ କାର୍ଯ୍ୟାଳୟ ସମ୍ମୁଖରେ କିମ୍ବା ସଚିବାଳୟ ସାମନାରେ ଧାରଣା ।ଧାରଣାର ଏମିତି ଅନେକ ରୂପ ଦେଖିବାକୁ ମିଳେ । ଏଥିରୁ କିଛି ଶାନ୍ତି ଶୃଙ୍ଖଳାର ସହ ହୋଇଥାଏ ତ କିଛି ଉଗ୍ରରୂପ ଧାରଣ କରି ଧନ ଜୀବନ ଉପରେ ବିପଦ ଆଣିଦିଏ।

ତାଲାମାନେ ଧାରଣାରେ ଗଲେ ଚୋରି ହେବାର ଭୟ ରହିଛି।
ReplyDelete